କୋଭିଡ ରିଲିଫ ପାଣ୍ଠିକୁ ବର୍ଷକର ଦରମା ଦେବେ କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଗୋଟିଏ ବର୍ଷର ଦରମା କୋଭିଡ ୧୯ ରିଲିଫ ପାଣ୍ଠିକୁ ଦେବେ। ଏନେଇ ରାଜ୍ୟର ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା। କର୍ଣ୍ଣାଟକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି ସରକାର।

ରାଜ୍ୟରେ ଏବେ ଦୈନିକ ୪୦ରୁ ୫୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୬ ଲକ୍ଷ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏହାଦ୍ୱାରା ହସ୍ପିଟାଲରେ ଶଯ୍ୟା, ଅକ୍ସିଜେନ ଓ ଅତ୍ୟାବଶ୍ୟକ ଔଷଧ ଗୁଡିକର ଅଭାବ ପରିଲକ୍ଷିତ ହୋଇଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।