ସମସ୍ତ ଭାରତୀୟଙ୍କୁ ମିଳିବ କରୋନା ଟିକା- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଏଜେନ୍ସି: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତା କରିଥିବାବେଳେ ଟିକା ନେଇ ନୂଆ ଆଶା ସଞ୍ଚାର ହୋଇଛି। ଆଉ କିଛିମାସ ମଧ୍ୟରେ ଭରତରେ ଟିକା ଉପଲବ୍ଧ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଟିକା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ଏହା ପ୍ରତ୍ୟେକ ନାଗରିକଙ୍କୁ ଯୋଗାଇ ଦିଆଯିବ। କୌଣସି ଭାରତୀୟ ଟିକା ପାଇବାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ସୁଦ୍ଧା ଦେଶରେ ୮ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଦେଶ ତଥା ବିଦେଶରେ କରୋନା ଟିକାକୁ ନେଇ ଅନେକ ପରୀକ୍ଷା ନିରିକ୍ଷା ଚାଲିଛି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କରୋନା ଟିକା ଉପରେ ଆଲୋଚନା କରିଥିଲେ। ସେ କହିଛନ୍ତି, ‘ମୁଁ ଦେଶବାସୀକୁ କହିବାକୁ ଚାହୁଁଛି ଯେ, ଦେଶରେ ଟିକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କୁ ଏହି ଟିକା ଦିଆଯିବ।