ନୂଆଦିଲ୍ଲୀ,ଏଜେନ୍ସି: ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ(ଏଆଇଟିୟୁସି) ପକ୍ଷରୁ ଶିଳ୍ପ ଶ୍ରମିକଙ୍କ ପାଇଁ ଶ୍ରମ ମନ୍ତ୍ରାଳୟର ନୂତନ ଗ୍ରାହକ ମୂଲ୍ୟ ସୂଚକାଙ୍କକୁ ନିନ୍ଦା କରାଯାଇଛି। ଏଥିସହିତ କେନ୍ଦ୍ର ସରକାର ଦିନ ଦିପ୍ରହରେ ଲୁଟ କରୁଥିବା କହିଛନ୍ତି।
ଏଆରଟିୟୁସିର କହିବା ଅନୁସାରେ ସରକାର କେତେକ କଥାକଥିତ ହିତାଧିକାରୀଙ୍କ ପରାମର୍ଶକୁ ନେଇ ୨୦୦୧ରୁ ୨୦୧୬ ପର୍ଯ୍ୟନ୍ତ ବାର୍ଷିକ ଗଣନାରେ ପରିବର୍ତ୍ତନ କରାଯାଇଛି। ଯାହାକି ସମ୍ପୂର୍ଣ୍ଣ ନିରର୍ଥକ ବୋଲି କୁହାଯାଇଛି।