ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଜିଲ୍ଲାରାଜ୍ୟ By Nitidin On Dec 23, 2019 Share କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଶାଖା ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଦ ଓ ମାଦକ ଦ୍ରବ୍ୟର ଉତ୍ପାଦନ ବନ୍ଦ କରିବା, ସିଏଏ ଓ ଏନଆରସି ଲାଗୁ ନକରିବା, ଅଶ୍ଲୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା, ନାରୀ ଓ ଶିଶୁ ନିର୍ୟାତନା ବନ୍ଦ କରିବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ କରିବା, ମହିଳା ଶ୍ରମିକ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୨୧ ହଜାର ଟଙ୍କା ମଜୁରୀ, ଶିଶୁ ମାନଙ୍କର ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଦାବିରେ ଏହି ବିକ୍ଷୋଭ ହୋଇଛି। ବିକ୍ଷୋଭରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର କେନ୍ଦୁଝର ଜିଲ୍ଲା ଆବାହିକା କମ୍ରେଡ ସଂଯୁକ୍ତା ସାମଲ, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ, କୁମୁଦିନି ମହାନ୍ତ, ସୁବାସିନୀ ମହାନ୍ତ, ବସୁମତୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରେ ପରେ ସଂଯୁକ୍ତା ସାମଲଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Share