କରୋନା : ସର୍ବଭାରତୀୟ ଅଧିବେଶନ ସ୍ଥଗିତ

ଭୁବନେଶ୍ୱର : କରୋନା ପାଇଁ ଭୁବନେଶ୍ୱରରେ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ସର୍ବଭାରତୀୟ ମାନବ ଅଧିକାର ସୁରକ୍ଷା ଅଧିବେଶନକୁ ସ୍ଥଗିତ ରଖାଯାଇଛି । ଭାରତୀୟ ଗଣତାନ୍ତ୍ରିକ ମାନବ ଅଧିକାର ସୁରକ୍ଷା ସଂଘଠନ ପକ୍ଷରୁ ହେବାକୁ ଥିବା ଏହି ଅଧିବେଶନ ବଦଳରେ ସଭ୍ୟମାନେ କରୋନା ପାଇଁ ସଚେତନତା କାର୍ଯ୍ୟ ଆରମ୍ଭ କରାଯିବ । ସଂଘଠନର କେନ୍ଦ୍ରୀୟ ସଭାପତି ପ୍ରଦୀପ ଦୁବେଙ୍କ ସହ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ ଓ ରାଜ୍ୟ ସଭାପତି ଗଦାଧର ଦାସ ଆଲୋଚନା କରି ଏହି ଅଧିବେଶନକୁ ସ୍ଥଗିତ ଘୋଷଣା କରିଛନ୍ତି । କରୋନା ପରି ମାରାତ୍ମକ ଜୀବାଣୁରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ସତର୍କ ଅବଲମ୍ବନ କରିବାକୁ ସଂଘଠନ ପକ୍ଷରୁ ନିବେଦନ କରାଯାଇଛି ।