ଗୋଟିଏ କଲ୍ ସେଣ୍ଟର ଅନ୍ତର୍ଭୁକ୍ତ ହେବେ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ଘଟଣାର ପ୍ରଥମ ୪୮ ଘଂଟା ମଧ୍ୟରେ ସମସ୍ତ ବେସରକାରୀ ଓ ସରକାରୀ ହସ୍ପିଟାଲ୍ ବିନାମୂଲ୍ୟରେ ଉଚ୍ଚମାନର ଜୀବନରକ୍ଷାକାରୀ ଚିକିôସା ଯୋଗାଇବା ନିମନ୍ତେ ଥିବା ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସାଧାରଣ କାର୍ୟ୍ୟାନ୍ୱୟନ ପଦ୍ଧତି (ଏସ୍.ଓ.ପି)ତୁରନ୍ତ ହସ୍ପିଟାଲ୍ ମାନଙ୍କୁ ଅବଗତ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବ୍ୟବସ୍ଥାର କାର୍ୟ୍ୟାନ୍ୱୟନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଧେଶ ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କର ଜୀବନରକ୍ଷା ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ (ଗୋଲ୍ଡେନ୍ ଆୱାର) ପରି·ଳନାକୁ ଅଧିକ ଦୃଢ଼ିଭୁତ ଏବଂ ଫଳପ୍ରସୁ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଧେଶ ଦେଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ଼ଃ ପ୍ରମୋଦ ମେହେର୍ଦ୍ଦା ଏ ସମ୍ବନ୍ଧୀୟ ପ୍ରଶାସନିକ ଓ ବୈଷୟିକ ବିଷୟବସ୍ତୁ ସହ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କାର୍ୟ୍ୟାନ୍ୱୟନ ପ୍ରକ୍ରିୟାର ସମୀକ୍ଷା କରି ରାଜ୍ୟରେ କାର୍ୟ୍ୟରତ ଥିବା ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସକୁ ଏକ ସାଧାରଣ କଲ୍ ସେଂଟର ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଇ ପାରିବ । ଗୋଟିଏ ଆମ୍ବୁଲାନ୍ସ୍ ପାଇଁ ବୈଷୟିକ ଏବଂ ମାନବ ସମ୍ବଳ ମାନଙ୍କ ନିର୍ଦ୍ଧାରଣ ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏହା ଆମ୍ବୁଲାନ୍ସ୍ ରେ ରହିବାକୁ ଥିବା ଜୀବନରକ୍ଷାକାରୀ ଯନ୍ତ୍ରପାତି, ଅନୁଚିକିôସାକାରୀ ସ୍ୱାସ୍ଥ୍ୟ ସହାୟକ ଆଦି ନିର୍ଦ୍ଧାରଣ କରିବ । ଦୁର୍ଘଟଣା ଗସ୍ତ ଲୋକଙ୍କୁ ଟ୍ରମା କେୟାର କେନ୍ଦ୍ରକୁ ନେବାବେଳେ ଆମ୍ବୁଲାନ୍ସ୍ ଭିତରେ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ମଧ୍ୟ ଅନୁଚିକିôସାକାରୀମାନେ ପ୍ରଶିକ୍ଷିତ ହେବେ । ନିର୍ଦ୍ଧାରିତ ମାନାଙ୍କ ପୁରଣ କରୁଥିବା ଆମ୍ବୁଲାନ୍ସ୍ ମାନଙ୍କୁ ହିଁ ବାଣିଜ୍ୟ ଓ ପରିବହନ ବିଭାଗ ପଞ୍ଜୀକୃତ କରି ସ୍ୱୀକୃତି ଦେବେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ବର୍ତମାନ ରାଜ୍ୟରେ ୫୧୨ଟି ୧୦୮-ଆମ୍ବୁଲାନ୍ସ୍ ଏବଂ ୧୯ଟି ଅଗ୍ନିଶମ ଆମ୍ବୁଲାନ୍ସ ଏହି ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଜାତୀୟ ରାଜପଥ କର୍ତୁପକ୍ଷ ପ୍ରତି ୫୦ କି.ମି. ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଆବଶ୍ୟକସ୍ଥଳେ ପୋଲିସ୍ ପଇଁତରା ଗାଡି ଏବଂ ଅଗ୍ନିଶ୍ରମ ସେବା ସଂସ୍ଥା ଗାଡି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଏହାଛଡା ରାଜ୍ୟରେ ପ୍ରାୟ ୧୫୬୨ ଟି ଘରୋଇ ଆମ୍ବୁଲାନ୍ସ କାର୍ୟ୍ୟ କରୁଛି । ଏଗୁଡିକ ମୁଖ୍ୟତଃ ବିଭିନ୍ନ ହସ୍ପିଟାଲ୍, ସେବାସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପ ଓ ବ୍ୟବସାୟିକ ନିଗମ ମାନଙ୍କ ଦ୍ୱାରା ଚଳାଯାଉଛି । ସମସ୍ତ ଆମ୍ବୁଲାନ୍ସରେ ଜି.ପି.ଏସ୍.ଟ୍ରାକିଂ ମେସିନ୍ ଲଗାଇବା ସହ ଗୋଟିଏ ଅନ୍ଲାଇନ୍ ମନିଟରିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ଶ୍ରୀନିବାସ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ଼ଃ ପ୍ରମୋଦ କୁମାର ମେହେର୍ଦ୍ଧା, ପରିବହନ କମିଶନର ଶ୍ରୀ ସଞ୍ଜିବ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ପରାମର୍ଶଦାତା ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।