କୋଭିଡ-୧୯ ଭ୍ୟାକ୍ସିନକୁ ନେଇ ସମସ୍ତଙ୍କ ନଜର ଭାରତ ଉପରେ: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନକୁ ନେଇ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟ୍ସ ଏକ ବଡ଼ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ବିଲ୍ ଗେଟ୍ସ କହିଛନ୍ତି ଯେ, ‘ଭାରତ ଏକ ପ୍ରମୁଖ ଭ୍ୟାକ୍ସିନ ଉପ୍ତାଦନକାରୀ ଦେଶ। ସେଥିପାଇଁ କୋଭିଡ-୧୯ ଭ୍ୟାକ୍ସିନକୁ ନେଇ ସମସ୍ତଙ୍କ ନଜର ଭାରତ ଉପରେ ରହିଛି। ଆଉ ଭ୍ୟାକ୍ସିନ ଉତ୍ପାଦନକୁ ନେଇ ଆମକୁ ଭାରତକୁ ସହଯୋଗ କରିବାକୁ ପଡ଼ିବ।’

ବିଲ୍ ଗେଟ୍ସ ଆହୁରି କହିଛନ୍ତି ଯେ, ଆମେ ସମସ୍ତେ ଚାହୁଁଛୁ ଭାରତଠାରୁ ଆମକୁ ଯଥାଶୀଘ୍ର ଭ୍ୟାକ୍ସିନ ମିଳୁ। ଆଗାମୀ ବର୍ଷର ପ୍ରଥମ ୩ ମାସ ମଧ୍ୟରେ ଟୀକା ମିଳିଯିବ ବୋଲି ମୁଁ ଆଶାବାଦୀ ଅଛି।