ରେଳ ସେବା ପରେ ଦେଶରେ ମେ’ ୩ ଯାଏ ବନ୍ଦ ହେଲା ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ପୁଣିଥରେ ମେ’ ୩ ଯାଏ ଲକ୍ ଡାଉନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଲକ୍ ଡାଉନ ଘୋଷଣା କରିବା ପରେ ଭାରତୀୟ ରେଳ ବିଭାଗ ମେ ୩ ଯାଏ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ କରିଥିଲେ । ରେଳ ବିଭାଗ ପରେ ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟ ମେ ୩ ତାରିଖ ରାତି ୧୧: ୫୯ ଯାଏ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ।