୧୭ରୁ ଖୋଲିବ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଚଳିତମାସ ୧୭ରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏଥି ସହିତ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଅଧିକାରୀ କାର୍ଯ୍ୟରେ ଯୋଗ ଦେବେ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବ । ଏହାସହ କୋଭିଡ଼ ନିୟମ ଅନୁସରଣ କରିବାକୁ ଉଚ୍ଚଶିକ୍ଷା ବିଭାଗ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ କରୋନା ପାଇଁ ସବୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।