ପୁଅକୁ ଜିଅନ୍ତା ଜାଳିଦେଲେ ବାପା ମା’

ହାଇଦ୍ରାବାଦ, ଏନ୍ଏନ୍ଏସ୍ : ମଙ୍ଗଳବାର ରାତିରେ ତେଲେଙ୍ଗାନାର ଓ୍ଵାରାଙ୍ଗଲ ଗ୍ରାମୀଣ ଜିଲ୍ଲାରେ ବାପା ମା’ ସେମାନଙ୍କର ମଦ୍ୟପ ପୁଅକୁ ଜିଅନ୍ତା ପୋଡ଼ି ପକାଇଥିବା କଥା ପୁଲିସ ପକ୍ଷରୁ ସୂଚନା ମିଳିଛି ମିଳିଛି। ମଦ୍ୟପାନ ଅଭ୍ୟାସ ଏବଂ ଅର୍ଥ ପାଇଁ ଜୁଲମ୍‌ କାରଣରୁ ବାପା କେ. ପ୍ରଭାକର ଏବଂ ମା”ବିମଳା ପୁଅ କେ. ମହେଶ ଚନ୍ଦ୍ରକୁ ବାନ୍ଧି ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ସୂଚନା ମିଳିଛି। ଘଟଣାଟି ଘଟିଛି, ହାଇଦ୍ରାବାଦ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଓ୍ଵାରାଙ୍ଗଲ ଗ୍ରାମୀଣ ଜିଲ୍ଲା ଅନ୍ତର୍ଗତ ମୁସ୍ଥାୟାପଲ୍ଲୀ ଗ୍ରାମରେ।

ସୂଚନା ଅନଚୁଯାୟୀ, ମହେଶ ଅଭ୍ୟାସଗତ ମଦୁଆ। ତା’ର ଦୌରାତ୍ମ୍ୟ ସହି ନ ପାରି ତା’ ପତ୍ନୀ ଦୁଇ ମାସ ତଳୁ ବାପଘରକୁ ଚାଲିଯାଇଥିଲେ। ସେବେ ଠାରୁ ସେ ଟଙ୍କା ପଇସା ଲାଗି ବାପା ମାଆଙ୍କୁ ହଇରାଣ କରୁଥିଲା। ସେମାନଙ୍କୁ ମାରଧର କରୁଥିବା କଥା ମଧ୍ୟ ଗ୍ରାମବାସୀମାନେ କହିଛନ୍ତି। ଓ୍ଵାରାଙ୍ଗଲ ଏଗ୍ରିକଲ୍ଚର୍‌ ମାର୍କେଟରେ କିରାନି ଭାବେ କାମ କରୁଥିବା ଗୋଟିଏ ପୁଅ ଓ ଗୋଟିଏ ଝିଅ। ହେଲେ ମଙ୍ଗଳବାର ରାତିରେ ମଦ ପିଇବା ପାଇଁ ବାପା ମା’ଙ୍କୁ ଟଙ୍କା ମାଗିଥିଲା । ଘରେ ପଇସା ନାହିିଁ ବୋଲି ମା’ ମନା କରି ଦେଇଥିଲା।

ହେଲେ ମହେଶ ନବୁଝି ବାପା ମା’ଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲା। ଏଥିରେ ବାପା ଉତକ୍ଷିପ୍ତ ହୋଇ ପୁଅର ସ୍ନେହକୁ ଭୁଲି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ଅଚେତ ଅବସ୍ଥାରେ ବାପା ମା’ ପେଟ୍ରୋଲ ଢ଼ାଳି ଜିଅନ୍ତା ଅବସ୍ଥାରେ ନିଆଁ ଲଗାଇଥିଲେ। ମହେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଡାମେରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ବ୍ୟବଚ୍ଛେଦ ନିମନ୍ତେ ଶବ ନେଇ ଆସିଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ପୁଲିସ ମହେଶଙ୍କର ବାପା ଓ ମାଆଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି ।