ମୁମ୍ବାଇ,ଏଜେନ୍ସି : ୧୯୮୦ ଦଶକ ଉପରେ ଆଧାରିତ ଫିଲ୍ମ ‘ବେଲ୍ ବଟମ’ରେ ଅକ୍ଷୟ କୁମାରଙ୍କ ନାୟିକା ଭାବେ ନଜର ଆସିବେ ବାଣୀ କପୁର। ଫିଲ୍ମକୁ ନେଇ ଖୁବ ଉତ୍ସାହିତ ବାଣୀ କପୁରଙ୍କ କହିବାନୁସାରେ, ଅଶୀ ଦଶକ ତାଙ୍କୁ ସବୁଠୁ କଲରଫୁଲ, ସୁପର-କୁଲ ଲାଗେ। ଖୁବ ଶୀଘ୍ର ‘ବେଲ ବଟମ’ର ସୁଟିଂ ଆରମ୍ଭ ହେବ ଓ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବାଣୀ। ଅକ୍ଷୟଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବାକୁ ନେଇ ମଧ୍ୟ ବେଶ ଉତ୍ସାହିତ ।
ଏ ଫିଲ୍ମର କାମସାରି ବାଣୀ ଅକ୍ଟୋବରରେ ଆୟୁଷ୍ମାନ ଖୁରାନାଙ୍କ ସହ ଏକ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଫିଲ୍ମଟି ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ଆଧାରିତ। ଲମ୍ବା ଲକଡାଉନ ପରେ ପୁଣି ସୁଟିଂକୁ ଫେରିବା ମଧ୍ୟ ତାଙ୍କୁ ଖୁବ ଖୁସି ଦେଇଛି ବୋଲି କହିଛନ୍ତି ବାଣୀ। ଅଳ୍ପ ଦିନ ମଧ୍ୟରେ ସେ ସୁଟିଂରେ ବ୍ୟସ୍ତ ହୋଇଯିବେ। ଏହା ସତ୍ତେ୍ୱ ବାଣୀ ଖୁସି ଅନୁଭବ କରୁଛନ୍ତି। ତାଙ୍କ ମତରେ ପରିଶ୍ରମର ଫଳ ସର୍ବଦା ମିଠା। ଫିଲ୍ମ ‘ବେଲ ବଟମ’ରେ ଅଶୀ ଦଶକର ଲୁକ ଓ ଫିଲିଙ୍ଗସକୁ ନେଇ ବାଣୀ ଖୁବ ଉତ୍ସାହିତ ଅଛନ୍ତି। ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରୁଛନ୍ତି ଓ ଫିଲ୍ମରେ ତାଙ୍କୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରିଛନ୍ତି ବାଣୀ।