ଘରେ ରହି ନିଜେ କରୋନା ଟେଷ୍ଟ କରିବାକୁ କହିଲେ ଅକ୍ଷୟ

ମୁମ୍ବାଇ: ଅନେକ ବଲିଉଡ ତାରକା କରୋନାରେ ସଂକ୍ରମିତ ହୋଇଥିବାବେଳେ ସବୁଠୁ ଫିଟ୍ ଅଭିନେତା ଅକ୍ଷୟ କୁମାର ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। କିନ୍ତୁ ଅକ୍ଷୟ ଖୁବଶୀଘ୍ର ଏହି ଭାଇରସକୁ ହରାଇବାରେ ସଫଳ ହୋଇଛନ୍ତି। ସେଥିପାଇଁ ଏବେ ଅକ୍ଷୟ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଘରେ ରହି କିପରି କୋଭିଡ ଟେଷ୍ଟ କରିପାରିବେ ସେସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।

ନିକଟରେ ଅକ୍ଷୟ କୁମାର ଟ୍ୱିଟରରେ ଏକ ଭିଡିଓ ସେୟାରେ କରିଥିଲେ। ଏହି ଭିଡିଓରେ କରୋନା କବଳରୁ ରକ୍ଷା ପାଇବାର ପ୍ରଥମ ଉପାୟ ଟେଷ୍ଟିଂ ହୋଇଥିବାବେଳେ ଘରେ ରହି କିପରି ସହଜରେ ଟେଷ୍ଟ କରିପାରିବେ ତାହା ଦର୍ଶାଯାଇଛି। ଭିଡିଓରେ ଅକ୍ଷୟ ‘କୋଭିସେଲ୍ଫ’ ନାମକ ଏକ କରୋନା କିଟ୍ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଯଦ୍ୱାରା ଆପଣ ୨୦ ମିନିଟ୍ ମଧ୍ୟରେ ଟେଷ୍ଟ ରିପୋର୍ଟ ପାଇପାରିବେ। ଅକ୍ଷୟଙ୍କ ଏହି ଭିଡିଓ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି।