ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଅଯୋଦ୍ଧାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଧନ ସଞ୍ଚୟ ଅଭିଯାନ ଆରମ୍ଭ ହୋଇଯାଇଛି। ଏଥିରେ ଅନେକ ଲୋକ ନିଜ କ୍ଷମତା ଅନୁସାରେ ଦାନ ଦେଉଛନ୍ତି। ଆଉ ଏବେ ଏହି ତାଲିକାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ସାମିଲ ହୋଇଛନ୍ତି। ଆଜି ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ସେୟାର କରି ଅକ୍ଷୟ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଏକ ସୁନ୍ଦର କାହାଣୀ ମଧ୍ୟ ସମସ୍ତଙ୍କ ସହ ବାଖ୍ୟା କରିଛନ୍ତି। ଏଥିସହିତ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ସମସ୍ତଙ୍କୁ ଚାନ୍ଦା ଦେବାକୁ ଅକ୍ଷୟ ଅନୁରୋଧ କରିଛନ୍ତି।