ମୁମ୍ବାଇ ପୁଲିସକୁ ଫିଟନେସ୍ ହେଲଥ ଟ୍ରାକିଂ ଡିଭାଇସ୍ ଦେଲେ ଅକ୍ଷୟ

ନୂଆଦିଲ୍ଲୀ: ନାସିକ ପୁଲିସ ପରେ ମୁମ୍ବାଇ ପୁଲିସକୁ ଫିଟନେସ୍ ହେଲଥ ଟ୍ରାକିଂ ଡିଭାଇସ୍ ଦେଇଛନ୍ତି ବଲିଉଡ ଆକ୍ଟର ଅକ୍ଷୟ କୁମାର। ଏହି ଡିଭାଇସ୍ କୋଭିଡ ଯୋଦ୍ଧାଙ୍କୁ ଅକ୍ସିଜେନ, ଶରୀରର ତାପମାତ୍ରା ଏବଂ ହାର୍ଟବିଟ୍ ବିଷୟରେ ଲଗାତାର ସୂଚନା ଦେବ। ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ଅକ୍ଷୟଙ୍କ ଏଭଳି ମହତ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେବା ସହ ଭୂୟସୀ ପ୍ରଶଂସା କରିଛନ୍ତି।

ଏଥିସହ ଅକ୍ଷୟ କୁମାରଙ୍କ ଏକ ଫଟୋ ଟୁଇଟ୍ କରି ଆଦିତ୍ୟ ଲେଖିଛନ୍ତି ଯେ ଅକ୍ଷୟଜୀ ସର୍ବଦା ଆମ ଦେଶର ସଶସ୍ତ୍ର ବାହିନୀ ଓ ବିଭିନ୍ନ ରାଜ୍ୟର ପୁଲିସଙ୍କୁ ସମର୍ଥନ ଯୋଗାଇ ଦେଇଛନ୍ତି। ଆମର କୋଭିଡ ଯୋଦ୍ଧାଙ୍କୁ ସହାୟତା କରୁଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ଏହା ପୂର୍ବରୁ ଅକ୍ଷୟଜୀ କରୋନା ଭାଇରସରୁ ମୁକ୍ତି ନିମିତ୍ତ ବିଭିନ୍ନ କାର୍ଯ୍ୟ ପାଇଁ ମୋଟା ଅଙ୍କର ଟଙ୍କା ଦାନ କରିଛନ୍ତି। ଅନେକ ସମୟରେ ଅଭାବ ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରିବାରେ ବି ଅକ୍ଷୟଙ୍କର ବେଶ୍ ସୁନାମ ରହିଛି।