ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: ଗତ ନଭେମ୍ବର ୨ ତାରିଖରେ କନ୍ଧମାଳ ଜିଲ୍ଲା, ବ୍ରାହ୍ମଣୀ ଗାଁ’ ଥାନା ଅଞ୍ଚଳର ବାଡ଼ାସୁରୁ ଜଙ୍ଗଲର ଏକ ବୃକ୍ଷରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାଟି ଭିନ୍ନ ମୋଡ ନେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟର ଭୁଲ ଡାକ୍ତର ଭୁଲ ତଥ୍ୟ ପ୍ରଦାନ କରିବା ସହିତ ପୁଲିସର ତଦନ୍ତ ପ୍ରକ୍ରିୟାରେ ପୁଲିସ ଅସନ୍ତୋଷ ପ୍ରକାଶ କରିଛି। ଏହାକୁ ପ୍ରତିବାଦ କରି ଶନିବାର ଦିନ ବ୍ରାହ୍ମଣୀ ଗାଁ’ରେ ବନ୍ଦ ପାଳନ ସହ ଆଞ୍ଚଳିକ ଦୁର୍ନୀତି ନିବାରଣ କମିଟିର ଆହ୍ୱାନ କ୍ରମେ ୮ଟି ପଞ୍ଚୟତର ମହିଳା ସଂଗଠନ, ଶତାଧିକ ମହିଳା ପୁରୁଷ ଯୋଗଦେଇ ରାଲି ଶୋଭାଯାତ୍ରରେ ଆସି ଉକ୍ତ ଘଟଣାର ଉଚସ୍ତରୀୟ ତଦନ୍ତ ଓ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ତହସିଲଦାର ଚାର୍ଲସ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳ କି. ନୁଆଁଗାଁ ଗ୍ରାମର ମୃତ୍ୟୁ ପିତା ଜଗଦୀଶ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର(୨୫) ନଭେମ୍ବର ମାସ ଦୁଇ ତାରିଖ ଅପରାହ୍ନରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ଗ୍ରାମରୁ ପ୍ରାୟ ୩ କିଲୋମିଟର ଦୂର ବାଡ଼ା ସୁରୁ ଜଙ୍ଗଲରେ ତାଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ଥାନାରେ ଜଣାଇ ଥିଲେ। ପୁଲିସ ଘଟଣା ସ୍ଥଳରୁ ଉକ୍ତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।