ଆଖଣ୍ଡଳମଣୀ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ, ଆସନ୍ତା ୧୭ ତାରିଖ ଯାଏଁ ଦର୍ଶନ ବନ୍ଦ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଆରଡ଼ିରେ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୧୭ ତାରିଖ ଯାଏଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ। ଏନେଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି।

ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ବାବାଙ୍କ ନୀତିକାନ୍ତି ଜାରି ରହିବା ପାଇଁ ଆବଶ୍ୟକ ଅନୁଯାୟୀ ପାଳିଆ ସେବାୟତ ଓ ନିଯୋଗୀମାନେ ମନ୍ଦିରକୁ ଯିବେ। ଏହା ବ୍ୟତୀତ ଅନ୍ୟ ସେବାୟତ ଯିବା ମନା। ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରକୁ ସାନିଟାଇଜ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଦିନ ୧୨ଟାରୁ ଭକ୍ତଙ୍କ ଦର୍ଶନ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ। ଏଥିସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।