ଅକ୍ଷୟ କୁମାର କରୋନା ପଜିଟିଭ, ଟୁଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,ଏଜେନ୍ସି: ପ୍ରସିଦ୍ଧ ବଲିଉଡ କଳାକାର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ସେ ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିଛନ୍ତି।

ସେ କହିଛନ୍ତି କି ଆଜି ସକାଳେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେଣ୍ଟାଇନରେ ଅଛି ଏବଂ କୋଭିଡ ଗାଇଡଲାଇନର ପାଳନ କରୁଛି। ବହୁ ଶୀଘ୍ର ଆକ୍ସନକୁ ଫେରିବି। ତେଣୁ ଏହି କିଛି ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନେ ନିଜର ସୁରକ୍ଷା ପାଇଁ କୋଭିଡ ଟେଷ୍ଟ କରାଇନେବାକୁ ଅକ୍ଷୟ କୁମାର ନିବେଦନ କରିଛନ୍ତି।