୧୦ଟି ଭାଷାରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅଜୟଙ୍କ ପ୍ରଥମ ସାଉଥ ଫିଲ୍ମ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରୀର ଅନେକ ଫିଲ୍ମ ଏବେ ରିଲିଜ ଅପେକ୍ଷାରେ ରହିଛି। ଆଉ ଏଥିରେ ଅନେକ ବଲିଉଡ ଷ୍ଟାର ମଧ୍ୟ ନଜର ଆସିବେ। ସେଥିପାଇଁ ଏହି ଫିଲ୍ମ କେବଳ ସାଉଥ୍ ଇଣ୍ଡଷ୍ଟ୍ରୀ ପାଇଁ ନୁହେଁ ବରଂ ବଲିଉଡ ପାଇଁ ବି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେଥିମଧ୍ୟରୁ ଗୋଟିଏ ଫିଲ୍ମ ହେଲା ‘ଆରଆରଆର’। ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଫିଲ୍ମଟି ୧୦ଟି ଭାଷାରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରହିଲିଜ ହେବାକୁ ଯାଉଛି। ଏହି ଫିଲ୍ମରୁ ଅଜୟ ଦେବଗନ ଓ ଆଲିଆ ଭଟ୍ଟ ସାଉଥ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ଜବରଦସ୍ତ ଆକ୍ସନରେ ଭରପୂର ଥିବା ଏହି ଫିଲ୍ମଟି ଅକ୍ଟୋବର ୧୩ ତାରିଖରେ ସିନେମା ଘରେ ରିଲିଜ ହେବ। ନିକଟରେ ଅଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମରେ ତାଙ୍କ ପ୍ରଥମ ଲୁକକୁ ଜାରି କରାଯାଇଥିଲା।