୨୨ ବର୍ଷ ପରେ ବଂଶାଲୀଙ୍କ ସହ ହାତ ମିଳାଇଲେ ଅଜୟ

ମୁମ୍ବାଇ: ବଲିଉଡର ଅଭିଜ୍ଞ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ବଂଶାଲୀ ଓ ଅଭିନେତା ଅଜୟ ଦେବଗନ ପାଖାପାଖି ୨୨ ବର୍ଷ ପରେ ଏକାଠି କାମ କରିବାକୁ ଯାଉଛନ୍ତି। ସେଥିପାଇଁ ସେମାନେ ଆଜିଠୁ ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମରେ ଅଜୟଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିବେ। ଅଜୟଙ୍କୁ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡ଼ୀ’ ଲାଗି ବଂଶାଲୀ ସାଇନ କରିଛନ୍ତି।

‘ଗଙ୍ଗୁବାଇ କାଠିଆବାଡ଼ୀ’ର ଟିଜର ବଂଶାଲୀ ତାଙ୍କ ଜନ୍ମଦିନ ଅବସରରେ ରିଲିଜ କରିଥିଲେ। ଏଥିରେ ଅଜୟ ନଜର ଆସିନଥିଲେ ମଧ୍ୟ ଟ୍ରେଲରରେ ତାଙ୍କ ଜଲୱା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ଫିଲ୍ମରେ ଅଜୟ କେଉଁ ଚରିତ୍ରରେ ଅଭିନୟ କରୁଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।