ଐଶ୍ୱର୍ଯ୍ୟାଙ୍କ ଭିଡିଓ ଭାଇରାଲ୍

ବଲିଉଡ୍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ୍ ମିଡିଆରେ ବିଶେଷ ସକ୍ରିୟ ନୁହନ୍ତି। ମାତ୍ର ତାଙ୍କର ଫଟୋ ଓ ଭିଡିଓ ଅଧିକାଂଶ ସମୟ ଭାଇରାଲ୍ ହୋଇଥାଏ। ନିକଟରେ ଐଶ୍ୱର୍ଯ୍ୟାଙ୍କର ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ୍ ହୋଇଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ସୋ’ରେ ନିଜ ସିଙ୍ଗିଙ୍ଗ୍ ଟ୍ୟାଲେଣ୍ଟ ଦେଖାଉଥିବା ନଜର ଆସୁଛନ୍ତି। ଐଶ୍ୱର୍ଯ୍ୟା ଏହି ଭିଡିଓରେ ଲାଜ ଲାଜ ହୋଇ ସୁପରହିଟ୍ ସଙ୍ଗ୍ ‘ତେରି ୟାଦ୍ ହମସଫର ସୁବହ ସାମ୍…’ ଗାଉଥିବା ଦେଖିବାକୁ ମିଳୁଛି। ଐଶ୍ୱର୍ଯ୍ୟାଙ୍କ ଏହି ପୁରୁଣା ଭିଡିଓଟିକୁ ସିଙ୍ଗିଙ୍ଗ୍ ସୁପରଷ୍ଟାର ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛି। ବହୁ ସଂଖ୍ୟାରେ ଦର୍ଶକ ଐଶ୍ୱର୍ଯ୍ୟାଙ୍କ ସିଙ୍ଗିଙ୍ଗ୍ ଟ୍ୟାଲେଣ୍ଟ ଦେଖି ଖୁସି ହେବା ସହିତ ପ୍ରଶଂସା କରିଛନ୍ତି।

Comments are closed.