ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଐଶ୍ୱର୍ଯ୍ୟା ପାଖାପାଖି ୧ଟା ୩୦ରେ ଇଡ଼ି ଅଫିସରେ ପହଂଚିଥିବାବେଳେ ବର୍ତ୍ତମାନ ସୁଦ୍ଧା ପଚରାଉଚୁରା ଜାରି ରହିଛି। ପାନାମା ପେପର୍ସ ମାମଲାରେ ଏହି ପଚରାଉଚୁରା ହେଉଥିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଗତ କିଛିଦିନ ତଳେ ଇଡି ତରଫରୁ ସମନ ଜାରି କରାଯାଇଥିଲା। କିନ୍ତୁ ହାଜର ହେବା ପାଇଁ ସେ ସମୟ ମାଗିଥିଲେ। ଏହି ସମୟରେ ସେ ବିଦେଶରେ ଖର୍ଚ୍ଚକୁ ନେଇ ରେକର୍ଡ ଜମା କରିଥିଲେ। ଯାଞ୍ଚ ଏଜେନ୍ସି ଏବେ ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କ ବୟାନ ରେକର୍ଡ କରୁଛି।