କରୋନାକୁ ମାତ୍ ଦେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଶିକାର ହୋଇଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଆରୋଗ୍ୟ ଲାଭ କରିଛନ୍ତି। କରୋନାକୁ ମାତ ଦେବା ପରେ ଉଭୟ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି। ଏନେଇ ଅଭିଷେକ ବଚ୍ଚନ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୪ରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ଉଭୟ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ଦୁହେଁ ତାଙ୍କ ବାସଭବନ ଜଲସାକୁ ଚାଲି ଯାଇଛନ୍ତି। କିନ୍ତୁ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ଏବେ ବି ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।