ନୂଆଦିଲ୍ଲୀ: ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି । ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ଏୟାର ଇଣ୍ଡିଆ ଟିକେଟ ୨୫୦୦ରେ ମିଳୁଥିବା ବେଳେ ଏବେ ୪ହଜାର ହୋଇଯାଇଛି । ଏହି ଟିକେଟ ଇଣ୍ଡିଗୋରେ ୬ହଜାର ଟଙ୍କାରେ ମିଳିବ । ଟିକେଟ ମହଙ୍ଗା ହେବା ପଛରେ ୨ଟି କାରଣ ରହିଛି । ପ୍ରଥମତଃ ଏଟିଏଫ ୨୬ ପ୍ରତିଶତ ହୋଇଯାଇଛି । ଦ୍ୱିତୀୟତଃ ଖୁବ୍ ଦ୍ରୁତ ଗତିରେ ୮୦ରୁ ୯୦ ପ୍ରତିଶତ ସିଟ ବିକ୍ର ହେଉଛିି ।
୨୦୨୨ ପ୍ରାରମ୍ଭରୁ ହିଁ ପ୍ରତି ୧୫ ଦିନରେ ଏଭିଏସନ ଟର୍ବାଇନ ଫୁଏଲ(ଏଟିଏଫ) ବଢ଼ୁଛି । ୫ମ ଥର ପାଇଁ ଏଟିଏଫ ୩.୩୦ ବଢ଼ିବା ଯୋଗୁ ଚଳିତ ବର୍ଷ ଏଟିଏଫ ୨୬ ପ୍ରତିଶତ ବଢ଼ିଛି ।