କୋଲକାତାରୁ ଝାରସୁଗୁଡାକୁ ବିମାନ ସେବା ଆରମ୍ଭ କଲା ଏଲାୟନ୍ସ ଏୟାର ଜିଲ୍ଲାରାଜ୍ୟ By Nitidin On Jan 27, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍: କୋଲକାତାରୁ ଝାରସୁଗୁଡାକୁ ଏଲାୟନ୍ସ ଏୟାର ସୋମବାର ବିମାନ ସେବା ଆରମ୍ଭ କରିଛି। ଉଡାନ ଯୋଜନାରେ ଏଲାୟନ୍ସ ଏୟାର ନିୟମିତ କୋଲକାତା-ଝାରସୁଗୁଡା- କୋଲକାତା ବିମାନ ଚଳାଚଳ କରିବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ୧୬ ଜଣ ଯାତ୍ରୀ କୋଲକତାରୁ ଝାରସୁଗୁଡାକୁ ଆସି ଝାରସୁଗୁଡାରୁ ୨୫ ଜଣ ଯାତ୍ରୀ କୋଲକତାକୁ ଯାତ୍ରା କରିଛନ୍ତି। ପ୍ରଥମ ଦିନ ବିମନଟି ଝାରସୁଗୁଡାକୁ ୧୨ଟା ୫୦ରେ ପହଂଚିଥିବା ବେଳେ ଅପରାହ୍ଣ ୧ଟା୨୫ରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲା। ୨୭ରୁ ୩୦ ତାରିଖ ଯାଏଁ ଚାରି ଦିନ ଧରି କୋଲକାତାରୁ ଏଲାୟନ୍ସ ଏୟାରର ବିମାନ ପୂର୍ବାହ୍ନ ୧୧ଟା ୪୫ ମିନିଟରେ କୋଲକାତାରୁ ଝାରସୁଗୁଡ଼ା ଅଭିମୁଖେ ଉଡ଼ିବ। ଝାରସୁଗୁଡ଼ା ଠାରେ ୧ଟା ୧୫ ମିନିଟରେ ପହଂଚି ପୁଣି ୧ଟା ୪୫ ମିନିଟରେ କୋଲକାତାକୁ ପ୍ରତ୍ୟାବର୍ତନ କରି ୩ଟା ୧୫ ମିନିଟରେ ପହଂଚିବ। ତେବେ ୩୧ ଜାନୁଆରୀରୁ ସମୟ ନିର୍ଘଂଟରେ ପରିବର୍ତନ ହୋଇ କୋଲକାତାରୁ ସକାଳ ୫ଟା ୫୦ ମିନିଟରେ ଏଲାୟନ୍ସ ଏୟାରର ବିମାନ ଉଡ଼ି ୭ଟା ୨୦ ମିନିଟରେ ଝାରସୁଗୁଡ଼ାରେ ପହଂଚିବ। ୭ଟା ୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡ଼ାରୁ ଉଡି ରାୟପୁରରେ ୮ଟା ୫୦ ମିନିଟରେ ପହଂଚିବ। ପୁଣି ରାୟପୁରରୁ ୯ଟା ୧୫ ମିନିଟରେ ବିମାନ ଛାଡି ଝାରସୁଗୁଡ଼ାରେ ୧୦ଟା ୨୦ ମିନିଟରେ ପହଂଚିବ। ଝାରସୁଗୁଡ଼ାରୁ ୧୦ଟା ୪୫ ମିନିଟରେ ଉଡ଼ିବା ପରେ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଂଚିବ। ସେହିପରି ୧୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ି ବାରାଣାସୀରେ ଅପରାହ୍ନ ୨ଟା ୫ ମିନିଟରେ ପହଂଚିବ। ୨ଟା ୩୦ ମିନିଟରେ ବାରାଣାସୀରୁ ବିମାନ ଛାଡ଼ିବା ପରେ ୪ଟା ୨୦ ମିନିଟରେ ଭୁବନେଶ୍ୱରରେ ପହଂଚିବା ସହ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ବିମାନଟି ୪ଟା ୪୫ ମିନିଟରେ ଛାଡ଼ି ୫ଟା ୫୦ ମିନିଟରେ ପହଂଚିବ। ଝାରସୁଗୁଡ଼ାରୁ କୋଲକାତାକୁ ଉକ୍ତ ବିମାନ ସଂଧ୍ୟା ୬ଟା ୧୫ ମିନିଟରେ ଉଡ଼ିବା ପରେ କୋଲକାତାରେ ୭ଟା ୪୫ ମିନିଟରେ ପହଂଚିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ ପୂର୍ବରୁ ସୂଚନା ଦେଇଥିଲେ। Share