ବାଣ ଧୂଆଁରେ ବେହାଲ ଦିଲ୍ଲୀ, ପ୍ରଦୂଷଣ ହାର ସୀମା ଟପିଲା

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଦେଶସାରାରେ ଦୀପାବଳି ପାଳନ ହେଉଥିବା ବେଳେ ସମସ୍ତେ ଦୀପ ଜାଳି ବାଣ ଫୁଟାଇ ଏହାକୁ ପାଳନ କରିଛନ୍ତି। ତେବେ ଏହି ବାଣ ଧୂଆଁରେ ଦେଶ ସାରା ଦେଶ ବେହାଲ ହୋଇଯାଇଛି। ତେବେ କ୍ଷଣିକ ଖୁସି ପାଇଁ କେତେ ପ୍ରଦୂଷଣ ହୋଇଛି ତାହା ସୀମା ବାହାରେ। ତେବେ ଏହି ବାଣ ଧୂଆଁରେ କାର୍ବନ ମନୋକ୍ସାଇଡ ରହୁଥିବାରୁ ଏହା ଜୀବଜନ୍ତୁ ଓ ପଶୁ ପକ୍ଷୀଙ୍କ ପାଇଁ ବିପଦ ଜନକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ସବୁଜ ଦୀପାବଳି ପାଳନ କରିବାର ଆହ୍ୱାନ ପରେ ବି ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସୀମା ଟପିଯାଇଛି।

ଦିଲ୍ଲୀର ଆନନ୍ଦ ବିହାର, ଆଇଟିଓ, ଜାହାଙ୍ଗିରପୁରୀ, ଦ୍ୱାରିକା, ଲୋଧି ରୋଡ଼ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ସବୁ ଅଞ୍ଚଳରେ ରାତିରେ ପ୍ରଦୂଷଣ ସ୍ତର ୨୫୦ରୁ ୨୮୦ ମଧ୍ୟରେ ଥିବାବେଳେ ଆଜି ସକାଳୁ ଏହି ସ୍ତର ୫୦୦ରେ ପହଁଚିଛି। ଦିଲ୍ଲୀରେ ଗତ ରାତିରେ ହାରାହାରି ବାୟୁ ଗୁଣବତ୍ତା ୩୦୬ ରହିଛି ଯାହାକି ଅତ୍ୟନ୍ତ ଖରାପ ବୋଲି ଜଣାପଡିଛି। ଦିଲ୍ଲୀ ତୁଳନାରେ ମୁମ୍ବାଇରେ ଦୀପାବଳି ପରେ ବାୟୁମଣ୍ଡଳ ଅପେକ୍ଷାକୃତ ସ୍ଵଛ ରହିଛି। ମୁମ୍ବାଇର ହାଜି ଅଲ୍ଲୀ ଅଞ୍ଚଳରେ ପ୍ରଦୂଷଣ ସ୍ତର ୫୦ରୁ କମ ରହିଛି।

ଅନ୍ୟପଟେ ଯାନବାହନ ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ବେଳେ ବର୍ତ୍ତମାନ ଏହା ବାଣ ଧୂଆଁରେ ଦ୍ୱିଗୁଣିତ ହୋଇଯାଇଛି। ତେବେ ପ୍ରଶାସନ ପକ୍ଷରୁ ଏ ନେଇ ସଚେତନତା କଡ଼ା କରାଯିବା ଆବଶ୍ୟକ ବୋଲି ସାଧାରଣରେ କୁହାଯାଉଛି।