କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସମସ୍ତ ଉଡାଣ ବାତିଲ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହି ମହାମାରୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୯,୦୦୦ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଏହାକୁ ନେଇ କୌଣସି ସ୍ବତନ୍ତ୍ର ଚିକିତ୍ସା ନାହିଁ। ଫଳରେ ଏଥିରୁ ମୁକ୍ତି ପାଇବା ପାଇଁ ଲକ୍ ଡାଉନ୍ ଭଳି ଉପାୟ ଆପଣାଉଛନ୍ତି ସରକାର। ତେବେ ଏହି ସମୟରେ ସମସ୍ତ ଅନ୍ତଃରାଷ୍ଟ୍ରୀୟ ଓ ଘରୋଇ ବିମାନ ଉଡାଣକୁ ରଦ୍ଦ କରିଦିଆଯାଇଛି। ଏହା ସହିତ ଟ୍ରେନ୍, ମେଟ୍ରୋ, ବସ୍ ସମେତ ସମସ୍ତ ବାହନ ଗୁଡିକ ଉପରେ ମଧ୍ଯ ରୋକ୍ ଲଗାଯାଇଛି।

ତେବେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ୧୪ ଏପ୍ରିଲ ପରେ ଲକ୍ ଡାଉନ୍ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ଏୟାର୍ ଇଣ୍ଡିଆ ସମସ୍ତ ଘରୋଇ ଏବଂ ଆନ୍ତରାଷ୍ଟ୍ରୀୟ ବିମାନ ଉଡାଣର ବୁକିଂକୁ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ତେବେ ୩୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଉଡାଣ ପାଇଁ ବୁକିଂ ବନ୍ଦ ରହିବ ବୋଲି ଗତକାଲି ଏୟାର୍ ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି।