ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏମ୍ସ ଦେଲା ୯୩.୮୯ ଲକ୍ଷ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଫାନି ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୩.୮୯ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଏମ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ତାଙ୍କର ଦିନକର ଦରମା ମଧ୍ୟ ପ୍ରଦାନ କରିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏମ୍ସ ଡାଇରେକ୍ଟର ଡକ୍ଟର ରଣଦୀପ ଗୁଲେରିଆଙ୍କ ନେତୃତ୍ୱ ଏମ୍ସର ଡାକ୍ତର ଓ କର୍ମଚାରୀମାନେ ଓଡ଼ିଶା ଭବନ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଏହି ଚେକ୍ ପ୍ରଦାନ କରିଥିଲେ।