ଏମ୍ସରେ ୪ଡାକ୍ତର କରୋନା ପଜିଟିଭ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ପୁଣିଥରେ ୪ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସର ଚାରି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଡର୍ମାଟୋଲୋଜି ବିଭାଗର ଜଣେ, ଫାର୍ମାକୋଲୋଜି ବିଭାଗର ଜଣେ, ପାଥୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଏମ୍ସ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ୪ଜଣ ଡାକ୍ତରଙ୍କ ମଧ୍ୟରୁ ୩ଜଣ ସିନିଅର ଓ ଜଣେ ଜୁନିଅର ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜଣେ ଏମସ ଡାକ୍ତର କରୋନା ଆକ୍ରାନ୍ତ ଅଛନ୍ତି। ସେ ରହୁଥିବା ଆପାଟାମେଣ୍ଟରେ ଏମସର ଏହି ୪ଜଣ ଡାକ୍ତର ରହୁଥିଲେ। ଯାହାଫଳରେ ତାଙ୍କ ସସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତିି ବୋଲି ଜଣାପଡ଼ିଛି।