ଫୁଲବାଣୀରେ ଏଡସ ଦିବସ ପାଳିତ

କନ୍ଧମାଳ,ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଏଡସ ଲେନର ନୋଡ଼ାଲ୍ ଅଧିକାରୀ ଡା. ପ୍ରସନ୍ନ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡା. ବିଜୟ କୁମାର ପଣ୍ଡା ଓ ଧର୍ମେନ୍ଦ୍ର ତାଣ୍ଡି ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ଏଡସ ସଂକ୍ରମିତ ବ୍ୟକ୍ତି ବିଶେଷମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସୁସ୍ଥ ସାମାଜିକ ଜୀବନ ଯାପନରେ ଗୋଷ୍ଠୀ ଓ ସଂପ୍ରଦାୟର ନେତୃତ୍ୱ ଉପକ୍ଷର ଗୁରୁତ୍ୱାରୋପ କରାଯାଇଥିଲା । ନର୍ସିଂ କଲେଜ ପରିସରରେ ଏକ ସଚେତନ ସଭାର ଆୟୋଜନ କରାଯାଇଥିବାବେଳେ ଉପସି୍ଥତ ସମସ୍ତ ଅତିଥିମାନେ ଯୋଗଦେଇ କନ୍ଧମାଳ ଜିଲ୍ଲାର ଏଡସର ପ୍ରତିରୋଧ ଏବଂ ନିୟନ୍ତ୍ରଣ ଉପରେ ନିଆଯାଇଥିବା ବିିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଏଡସ ସେଲର ସୁପରଭାଇଜର ଦେବାଶିଷ ମିଶ୍ର ପରିଚାଳନା କରିଥିବାବେଳେ ପ୍ରଦୀପ କୁମାର ସ୍ୱାଇଁ ଓ ଅନ୍ୟମାନେ ପରିଚାଳନାରେ ସହେଯାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଛାତ୍ରଛାତ୍ରୀ, ରେଡ ରିବନ୍ କ୍ଲବର ସ୍ୱେଚ୍ଛାସେବୀ, ନେହୁରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟ ବିଭାଗର କମର୍ଚାରୀ ଓ ଅନ୍ୟମାନେ ସାମିଲ ହୋଇଥିଲେ । ଶେଷରେ ଗୋବିନ୍ଦ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ ।