ବେଦାନ୍ତ ତରଫରୁ ଝାରସୁଗୁଡ଼ାରେ ଏଚଆଇଭି ଏଡ୍ସ ସଚେତନତା ଅଭିଯାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡ଼ା ପକ୍ଷରୁ ଆଜି ଗ୍ରାମାଞ୍ଚଳରେ ଏଚଆଇଭି/ ଏଡସ୍ ସଚେତନତା ଅଭିଯାନର ଆୟୋଜନ କରାଯାଇଛି। ଏହି ପ୍ରକ୍ରିୟାରେ ୨ ହଜାରରୁ ଅଧିକ ଲୋକଙ୍କୁ ବେଦାନ୍ତ ପକ୍ଷରୁ ସଚେତନ କରାଯାଇଥିବାବେଳେ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ୍ ସୋସାଇଟି (ଓଏସ୍ଏସିଏସ୍)ଙ୍କ ସହଯୋଗରେ ବେଦାନ୍ତ କାତିକେଲା, ଭୁର୍କାମୁଣ୍ଡା, ଭାଗିପାଲି, ବୃନ୍ଦାମଲ, କୁରେବାଗା, କେଲେଣ୍ଡାମାଲ, ଓରାମପଡ଼ା, ମା’ସମଲେଶ୍ୱରୀ ନାଗର, ବଞ୍ଜାରୀ, ଚିତୁପଡ଼ା, ବାଦିମାଲ ଏବଂ ସୁନାରିମୁଣ୍ଡା ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ।

ଏଚଆଇଭି/ ଏଡସ୍ ସଚେତନତା ପାଇଁ ବେଦାନ୍ତର ପ୍ରୋଜେକ୍ଟ ‘ଜାଗ୍ରୁତି’ ଅଧୀନରେ କମ୍ପାନୀର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚ୍ୟୁ) ଦଳର ସଦସ୍ୟମାନେ ଗ୍ରାମାଞ୍ଚଳରେ ଏଚଆଇଭି ସମ୍ପୃକ୍ତ ଅନ୍ଧବିଶ୍ୱାସ ଏବଂ ପ୍ରଭାବିତଙ୍କ ଭେଦଭାବ ଦୂରେଇବା ପାଇଁ ଚେଷ୍ଟା କରିଥିଲେ। ଏହି ଅବସରରେ ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବରେ ବେଦାନ୍ତ ଏହାର ସାମାଜିକ ଦାୟିତ୍ୱବୋଧ ପ୍ରତି ଯେମିତି ପ୍ରତିବଦ୍ଧ, ସେହିପରି ଆଲୁମିନିୟମ ଉପରେ ଭାରତର ଆତ୍ମନିର୍ଭରଶୀଳତା ପ୍ରତି ଅଗ୍ରସର। ସମ୍ପ୍ରଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଠିତ ବିକାଶମୂଳକ ପ୍ରକଳ୍ପ ମାଧ୍ୟମରେ ଆମେ ଆମର ସାମାଜିକ କର୍ତ୍ତବ୍ୟ ପୂରଣ କରୁ।

ଅଗ୍ରଗତିରେ ଓଡ଼ିଶାର ଅଂଶୀଦାର ହେବାକୁ ଆମର ମିଶନରେ, ଆମେ ସମାନ ସଂଗଠନ ଏବଂ ସରକାରଙ୍କ ସହ ସହଭାଗୀ ହୋଇଛୁ। ଅଗ୍ରଗତିରେ ଓଡ଼ିଶାର ଅଂଶୀଦାର ହେବାକୁ ଆମର ମିଶନରେ, ଆମେ ସମାନ ସଂଗଠନ ଏବଂ ସରକାରଙ୍କ ସହ ସହଭାଗୀ ହୋଇ ଏହି ଅଞ୍ଚଳର ଜୀବନଜୀବିକାକୁ ଉନ୍ନତ କରିବାରେ ଲାଗିଛୁ।