୧୫ ଫୁଟିଆ ଅହିରାଜ ଉଦ୍ଧାର

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ବାଲିମେଳା ବନଖଣ୍ଡ ଅଧିନସ୍ଥ ନିଳାଦ୍ରୀନଗର ପଂଚାୟତ ରେ ଗତକାଲି ଏକ ଅହିରାଜ ସାପ ବନ ବିଭାଗ ଉଦ୍ଧାର କରିଛି। ଏହି ସାପ ଟି ସେହି ଗ୍ରାମରେ ରହୁଥିବା ସୁଶାନ୍ତ ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କ ପାଇଖାନା ରୁ ଉଦ୍ଧାର କରାଯାଇଛି। ସନ୍ଧ୍ୟା ସମୟରେ ଶୌଚ ନିମନ୍ତେ ସୁଶାନ୍ତ ପାଇଖାନା କୁ ପ୍ରବେଶ କରୁଥିବା ସମୟରେ ସେ ଅହିରାଜ ସାପ ଟିକୁ ଦେଖିଥିଲେ। ଏବଂ ସେଠାରୁ ବାହାରି ଆସି ସେ ସଙ୍ଗେ ସଙ୍ଗେ ବାଲିମେଳା ବନ ବିଭାଗ କୁ ଡକାଇଥିଲେ।

ଖବର ପାଇ ଫୋରେଷ୍ଟର ଶିବୁ ଲେଙ୍କା ସେଠାକୁ ଯାଇଥିଲେ ଓ ସ୍ଥାନୀୟ ଦୁଇ ଯୁବକ ଙ୍କ ସହାୟତା ରେ ସେ ସାପ ଟିକୁ ଉଦ୍ଧାର କରିଥିଲେ। ଏହି ସାପ ଟିର ଲମ୍ବ ପ୍ରାୟ ୧୫ ଫୁଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଏବଂ ପରେ ଏହି ସାପଟିକୁ ବନ ବିଭାଗ ନିକଟରେ ଥିବା ଏକ ଜଙ୍ଗଲ ରେ ଏହି ଅହିରାଜ ସାପ ଟିକୁ ଛାଡି ଦେଇଛି।