ରାଜଧାନୀରେ ଖୋଲିଲା ଆହାର କେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୀର୍ଘଦିନ ପରେ ରାଜଧାନୀରେ ଆଜିଠୁ ଖୋଲିଲା ଆହାର କେନ୍ଦ୍ର। କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ସମସ୍ତ ଆହାର କେନ୍ଦ୍ର ବନ୍ଦ ଥିଲା । ଏବେ ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ଆଜିଠାରୁ କାର୍ଯ୍ୟକ୍ଷମ ହେବ । ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠୁ ବରମୁଣ୍ଡା ବସଷ୍ଟାଣ୍ଡ, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଞ୍ଚେଶ୍ୱର, ମାଷ୍ଟରକ୍ୟାଣ୍ଟିନରେ ଥିବା ୭ଟି ଯାକ ଆହାର କେନ୍ଦ୍ର ଖୋଲିବ । ପୂର୍ବ ଭଳି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବ ।