ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ସତର୍କତା ଲାଗି ରାଜ୍ୟ ସରକାର ଓଡ଼ିଶାରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ମାର୍ଚ୍ଚ ୨୯ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହସ୍ପିଟାଲ୍ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକ ପୂର୍ବଭଳି ଖୋଲା ରହିବ।
ସୂଚନା ଅନୁଯାୟୀ, ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଭାଇରସ୍ ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ବାରମ୍ବାର ପ୍ରୟାସ ଜାରି ରହିଛି । କରୋନା ପାଇଁ ପୂରା ରାଜ୍ୟକୁ ଲକଡାଉନ୍ କରି ସାରିଥିବା ବେଳେ ଆଜି ଏଭଳି ପଦକ୍ଷେପ ନିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି । କରୋନାର ସଫଳ ମୁକାବିଲା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର ।