ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରାକୁ ନେଇ ଆଶା ଆଶଙ୍କା ଲାଗିରହିଥିବା ବେଳେ ଆଜି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପରମ୍ପରା ଅନୁସାରେ ସେବାୟତମାନେ ଆଜ୍ଞାମାଳ ବିଜେ ନୀତି ସମ୍ପର୍ଣ୍ଣ କରିଛନ୍ତି। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଛି। ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବାର ପରମ୍ପରା ରହିଛି।

ତେବେ ସୁପ୍ରିମକୋର୍ଟରୁ ରଥଯାତ୍ରା ସପକ୍ଷରେ ରାୟ ଆସିଲେ ଚୂଡ଼ାନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସେବାୟତମାନେ କହିଛନ୍ତି।