ଭୁବନେଶ୍ୱର,ଏନ୍ଏନ୍ଏସ୍: କୋରାପୁଟର ପୂର୍ବତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଗତ ଜୁଲାଇ ୨ ତାରିଖରେ ସେ ଭୁବନେଶ୍ୱରକୁ ଆସୁଥିବାବେଳେ ତାଙ୍କ ଗାଡ଼ିରୁ ରାଜ୍ୟ ଭିଜିଲାନ୍ସ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ପ୍ରଦୀପ୍ତ। ତାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗିରଫ ପରେ ରାଜ୍ୟ ସରକାର ତାଙ୍କ ନିଲମ୍ବନ କରିବା ସହ ସ୍ଥାବର ଅସ୍ଥାବର ସମ୍ପତ୍ତିର ଆକଳନ କରିଥିଲା ।