ନବରଙ୍ଗପୁର,ଏନ୍ଏନ୍ଏସ: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ କୃଷକଙ୍କୁ କୃଷି ଯନ୍ତ୍ରପାତି ବାଣ୍ଟିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନୀ ଉପସ୍ଥିତ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କରେ ବୁଝାଇଥିଲେ । କୃଷି ଉଦ୍ୟୋଗ ମାଧ୍ୟମରେ ଚାଷୀମାନେ କିପରି ଜଣେ ଉଦ୍ୟୋଗୀ ତଥା ମାଲିକ ହୋଇପାରିବେ କହିବା ସହ ବିଭିନ୍ନ ଷ୍ଟଲ୍ ମଧ୍ୟ ବୁଲି ଦେଖିଥିଲେ । ଏହି ସମୟରେ ଶ୍ରୀ ପ୍ରଧାନୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।