ଅଯୋଧ୍ୟା ରାୟକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ: ଓଡ଼ିଶା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଯୋଧ୍ୟା ଜମି ବିବାଦକୁ ନେଇ ଶନିବାର ସୁପ୍ରିମକୋର୍ଟର ରାଏ ଶୁଣାଣି କରିଥିବାବେଳେ ଏହାକୁ ସାରା ଦେଶବାସୀ ସମର୍ଥନ ଜଣାଇଛନ୍ତି। ତେବେ ବର୍ତ୍ତମାନ ଏହି ରାୟକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ସାରାଦେଶରେ ଯେମିତି କୌଣସି ଉତ୍ତେଜନା ସୃଷ୍ଟି ନହୁଏ ସେ ନେଇ ସମସ୍ତ ସୋସିଆଲ ମିଡ଼ିଆରେ କୌଣସି ଉତ୍ତେଜନାମୂଳକ ପେଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଓଡ଼ିଶା ପୁଲସ ପକ୍ଷରୁ ପକ୍ଷରୁ ଡ଼ିଏସପି ଟ୍ୱିଟ କରି ସୋସିଆଲ ମିଡିଆରେ ଅଯୋଧ୍ୟା ରାୟକୁ ନେଇ କୌଣସି ପ୍ରକାରର ମିଥ୍ୟା ବା ଗୁଜବ ପ୍ରସାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ଫେସବୁକ ବା ଟ୍ୱିଟରରେ ଉତ୍ତେଜକ ପୋଷ୍ଟ କରନ୍ତି ତାଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ବିକେ ଶର୍ମା କହିଛନ୍ତି। ଅଯୋଧ୍ୟା ରାୟକୁ ନେଇ ଡିଜିପି ବିକେ ଶର୍ମା ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଉତ୍ତେଜକ ପୋଷ୍ଟ କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ପୁଲିସ ସଜାଗ ଥିବା ସହ ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି।

-ସମ୍ବେଦନଶୀଳ ରାଜ୍ୟଗୁଡିକରେ କେନ୍ଦ୍ରୀୟ ଫୋର୍ସ ମୁତୟନ
-ଓଡିଶାରେ ଆଲର୍ଟ: ସମ୍ବେଦନଶୀଳ ସ୍ଥାନରେ ପୁଲିସ ଫୋର୍ସ ମୁତୟନ
-ଶାନ୍ତି ଓ ଏକତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ
-ଧାର୍ମିକ ଭାବନାକୁ କୁଠାରଘାତ କଲାପରି କୌଣସି ଆପତ୍ତିଜନ ତଥା ଉତ୍ତେଜନାମୂଳକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଡିସିପି
-ସୋସିଆଲ ମିଡିଆରେ ଆସୁଥିବା ମିଥ୍ୟାକୁ ବିଶ୍ୱାସ ନକରିବା ପାଇଁ ଡିସିପିଙ୍କ ଅନୁରୋଧ
-ଇଣ୍ଟରନେଟ୍ ମିଡିଆ ଉପରେ ରହିଛି ତୀକ୍ଷ୍ମ ନଜର: ଡିସିପି