ଦେଶରେ ପୁଣି ୧୬ ହଜାର ଅତିକ୍ରମ କରିଛି ଦୈନିକ କୋଭିଡ ସଂକ୍ରମଣ ମାମଲା, ୧୩୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ସଂକ୍ରମଣ ହାର ପୁଣି ଥରେ ୧୬ ହଜାର ପାର ହୋଇଛି। ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାର ୭୩୮ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ରେ ପହଞ୍ଚିଛି।

ସେହିପରି ୧୩୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ଓ ୧୧,୭୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଦେଶରେ ବର୍ତ୍ତମାନ ୧ ଲକ୍ଷ ୫୧ ହଜାର ୭୦୮ଟି ସକ୍ରିୟ ମାମଲା ରହିଛି। ୧ କୋଟି ୭ ଲକ୍ଷ ୩୮ ହଜାର ୫୦୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୫୬ ହଜାର ୭୦୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଅପରପକ୍ଷରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୧ କୋଟି ୨୬ ଲକ୍ଷ ୭୧ ହଜାର ୧୬୩ ଜଣ ଟିକା ନେଇଛନ୍ତି।