ଗଣ ଦୁଷ୍କର୍ମର ଶିକାର ଯୁବତୀଙ୍କ ଭିଡିଓ ଭାଇରାଲ

କଳାହାଣ୍ଡି,ଏନ୍ଏନ୍ଏସ୍: ପୁଣି କଳାହାଣ୍ଡିରେ ଜିଲ୍ଲାରେ ଜଣେ ଯୁବତୀ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଏ ନେଇ ପୀଡ଼ିତା ଜଣଙ୍କ ଜୁନାଗଡ଼ ଥାନରେ ଏତଲା ଦେଇଛନ୍ତି। ସେ ଭବାନୀପାଟଣାରୁ ଅପରାହ୍ଣରେ ଜଣଙ୍କ ସହ ଘରକୁ ଫେରୁଥିବାବେଳେ ଜାରିଙ୍ଗ ଜଙ୍ଗଲ ନିକଟରେ କିଛି ଅପରିଚିତ ଦୁର୍ବୃତ୍ତ କାରକୁ ଅଟକାଇ ଯୁବତୀକୁ ଟେକିନେଇଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ।

ତେବେ ତାଙ୍କ ନିକଟରେ ମାରଣାସ୍ତ୍ର ଥିବାରୁ ତାଙ୍କ ସହ ଥିବା ବନ୍ଧୁ ଏହାର ବିରୋଧ କରିପାରିନଥିଲେ। ଏଥି ସହ  ଭିଡ଼ିଓ କରି ଏହାକୁ ଭାଇରାଲ କରିଥିଲେ। କଳାହାଣ୍ଡି ପୋଲିସ  ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଏହି ଘଟଣାର ତଦନ୍ତରେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ସେହିପରି ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିଥିବା ଜଣାଯାଇଛି।