ପୁଣି ୪ କିଲୋମିଟର ଷ୍ଟ୍ରେଚରେ ବୁହାହେଲେ ଗର୍ଭବତୀ

ମାଲକାନଗିରି,ଏନ୍ଏନ୍ଏସ୍: ଗାଁକୁ ରାସ୍ତା ନଥିବାରୁ ଗାଁକୁ ୪ ଚକିଆ ଗାଡ଼ି ଯାଆସ କରିପାରୁ ନାହିିଁ। ଏଠାକର ଲୋକଙ୍କୁ ଗାଡି ପାଇଁ ୪ରୁ ୫କିଲୋମିଟର ଚାଲି ଯିବାକୁ ପଡୁଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାନ୍ଦିଗୁଡା ଗ୍ରାମରେ। ଗ୍ରାମର ରାମେ ମାଢିଙ୍କ ଗତକାଲି ବିଳମ୍ବ ରାତ୍ରିରେ ଗର୍ଭ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା।

ତେବେ ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଫଳରେ ପରିବାର ଲୋକେ ଆମ୍ବୁଲାନ୍ସ କର୍ମଚାରୀ ଓ ଆଶା କର୍ମି ଙ୍କ ସାହାଯ୍ୟରେ ଷ୍ଟ୍ରେଚର ଯୋଗେ ୪ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ପରେ ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି।

ଏ ନେଇ ବାରମ୍ବାର ଗଣମାଧ୍ୟରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନ ନେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।