ସୋସିଆଲ ମିଡିଆରେ ସେନସେସନ ପାଲଟିଥିବା ରାନୁ ମଣ୍ଡଳଙ୍କୁ କପି କରି ପୁଣି ବିବାଦ ଘେରରେ ପପୁ

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍: ସାରା ଦେଶରେ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଥିବା ରାନୁ ମଣ୍ଡଳକୁ ପପୁ କପି କରି ପୁଣି ବିବାଦ ଘେରକୁ ଆସିଛନ୍ତି । ସେିସିଆଲ ମିଡିଆରେ ‘ତେରି ମେରି’ ଗୀତକୁ ରାନୁ ମଣ୍ଡଳ ଗାଇବା ପରେ ଏହା ସମସ୍ତଙ୍କ ମନକୁ ଛୁଇଁ ଥିଲା । ଏହା ଲୋକଙ୍କ ମନକୁ ଏତେ ମାତ୍ରାର ଛୁଇଁଛି ଯେ ସେ ରାନୁଙ୍କୁ ଏହି ଗୀତକୁ ନିଜର ରିଙ୍ଗ ଟେନରେ ଓ ହ୍ୱାଟସଅପ୍ ଷ୍ଟାଟସରେ ରଖିଛନ୍ତି । ତେବେ ନଥିଂରୁ ସମଥିଂ ଏହି କଳାକାରଙ୍କ ଭିଡି ସାରା ଦେଶରେ ଜୋରରେ ବ୍ୟାପି ଚାଲିଛି । ଏ ନେଇ ତାଙ୍କୁ ଦେଶସାରା ଲୋକେ ପ୍ରଶଂସା କରୁଥିବାବେଳେ ପପୁଙ୍କ ଦ୍ୱାର ତାଙ୍କୁ କଟାକ୍ଷ କଲାପରି ଏକ ଭିଡିଓ ଯାହାକି ତାଙ୍କ କଳାକୁ ଅସମ୍ନାନ କରୁଛି । ତେବେ ପୁଣି ଥରେ ଏ ନେଇ ପପୁଙ୍କୁ ସମାଲୋଚନା କରାଯାଇଛି ।
ପୂର୍ବରୁ ମଧ୍ୟ ସେସିଆଲ ମିଡିଆରେ ଏକ କନ୍ୟାଙ୍କୁ ନେଇ ବିବାଦରେ ପଡ଼ିଥିବାବେଳେ ଏ ନେଇ ତାଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡ଼ିଥିଲା । ଏ ନେଇ ପପୁଙ୍କ ପତିକ୍ରିୟା ପ୍ରକଶ ପାଇନାହିଁ ।