ପୁଣି ଘୁଞ୍ଚିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଦୋଷୀମାନଙ୍କୁ ପୃଥକ ପୃଥକ ଫାଶୀ ନଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଶୁକ୍ରବାର ହୋଇଥିବା ବେଳେ ଏହାକୁ ଆସନ୍ତା ୧୧ତାରିଖକୁ ସ୍ଥଗିତ ରଖାଯାଇଛି। ସୁପ୍ରିମକୋର୍ଟ ୪ ଦୋଷୀଙ୍କୁ ନୋଟିସ ଜାରି କରିବା ସହିତ ଏହାର ଶୁଣାଣିକୁ ଆସନ୍ତା ୧୧ ତାରିଖକୁ ଘୁଞ୍ଚାଇଛନ୍ତି। ୧୧ ତାରିଖ ଅପହ୍ଣ ୨ଟାରେ ପିଟିସନର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ ୪ ଦୋଷୀଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବା ପାଇଁ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ର ସରକାର ଏବଂ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ପୃଥକ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ। ଏଥି ସହିତ ଦୋଷୀମାନଙ୍କୁ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରିବାକୁ ୭ଦିନ ମହଲତ ଦେଇଥିଲେ। ଏହା ପରେ ତିହାର ଜେଲ କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଛି।