ବାଲେଶ୍ୱର,ଏନ୍ଏନ୍ଏସ୍: ପ୍ରବାସୀ ଶ୍ରମିକଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ଶନିବାର ସକାଳ ୬ଟା ୩୦ରେ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ୧୬ନଂ ଜାତୀୟ ରାଜପଥ ମଙ୍ଗଳପୁରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଏକ ପୋଲକୁ ପିଟି ହୋଇ ତଳକୁ ଖସିପଡିଥିଲା। ଏଥିରେ ୭ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକମାନେ ପଶ୍ଚିମବଙ୍ଗ କ୍ରିଷ୍ଣା ନଗର ଅଞ୍ଚଳର। ଘଟଣା ସ୍ଥଳରେ ଶିଳ୍ପାଞ୍ଚଳ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ କ୍ରେନ ଯୋଗେ ବସକୁ ଉଦ୍ଧାର କରିଛି।
ସୂଚନା ଅନୁସାରେ ଗତ ୨୭ତାରିଖରେ କେଏଲ-୫୫ଏଲ-୮୫୭୭ନଂ ଏକ ବସ କେରଳରୁ ୨ଜଣ ଗାଡିଚାଳକ ୨୮ ଜଣ ଶ୍ରମିକଙ୍କୁ ଧରି ପଶ୍ଚିମବଙ୍ଗକୁ ଯାତ୍ରା କରୁଥିଲା। ସେଥିରେ ମୋଟ ୩୦ଜଣ ଯାତ୍ରୀ ଥିଲେ। ତେବେ ବସଟି ଆଜି ୧୬ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ଏକ ପୋଲ ଉପରେ ଯାଉଥିବା ସମୟରେ ଏକ ଟ୍ରକ ବସକୁ ଓଭରଟେକ କରିବା ବେଳେ ବସଟି ଭାରସାମ୍ୟ ହରାଇ ପୋଲରେ ପିଟି ହେଇ ତଳକୁ ଖସିପଡିଥିଲା। ଏ
ଥିରେ ଡ୍ରାଇଭରଙ୍କ ସମେତ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାର ଖବରପାଇ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଉଦ୍ଧାର କାର୍ୟ୍ୟ ଜରିରଖିଛି।ବର୍ତ୍ତମାନ ପ୍ରବାସୀଙ୍କୁ ସେମାନଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ତା କରାଯାଉଛି। ଘଟଣାସ୍ଥଳରେ ରେମୁଣା ତହସିଲଦାର ଚାରଲସ ନାୟକ ପହଞ୍ଚି ବ୍ୟବସ୍ଥା କରିଥିବା ଜଣାପଡିଛି।