ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ଏକ ଆଶ୍ୱସ୍ତ କର ଖବର ଆସିଛି। ଭୁବନେଶ୍ୱର ଆଉ ଜଣେ କରୋନା ରୋଗୀଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ଏହା ରାଜ୍ୟ ପାଇଁ ଆଶ୍ୱସ୍ତ କର ଖବର ହୋଇଥିବାବେଳେ ବର୍ତ୍ତମାନ ମୋଟ ଭୁବନେଶ୍ୱରରୁ ୨୩ ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ତେବେ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଏମ୍ସ ହସ୍ପିଟାଲର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ବ୍ୟକ୍ତିଜଣଙ୍କର ଅନ୍ୟ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ।
ତେବେ ବର୍ତ୍ତମାନ ରାଜ୍ୟରେ ୬୭ ଜଣ କରୋନା ଆକ୍ରାନ୍ତ ଆକ୍ଟିଭ ରହିଛନ୍ତି।