ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡି ଯାଇଥିବା ବେଳେ ରାଜ୍ୟରେ ଅନେକ ଲୋକ ନ୍ୟାୟ ପାଇଁ ଆତ୍ମାହୁତି ପନ୍ଥା ଆପଣାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ଜଣେ ମହିଳା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ବିଧାନସଭା ନିକଟ ଜୟଦେବ ଭବନ ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହି ସମୟରେ ପୁଲିସ ତାଙ୍କୁ କାବୁ କରିଛି। ମହିଳା ଜଣଙ୍କ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଓ ତାଙ୍କ ପୁଅକୁ ପୁଲିସ ଗିରଫ କରିଛି। ତେବେ ଆତ୍ମାହୁତିର କାରଣ ଅସ୍ପଷ୍ଟ ରହିଛି।

ଗତକାଲି ମଧ୍ୟ ଜଣେ ବ୍ୟକ୍ତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ।