ଥମିବାର ନାଁ ନେଉନି ବିବାଦ, ପୁଣି ବାଗଦାଦ ସ୍ଥିତ ଆମେରିକା ଦୂତବାସ ନିକଟରେ ରକେଟ ମାଡ଼

ବାଗଦାଦ,ଏଜେନ୍ସି: ଆମେରିକା ଓ ଇରାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନାହିିଁ। ଗୁରୁବାର ସକାଳେ ଇରାକ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ୨ଟି ରକେଟ୍‌ ମାଡ କରାଯାଇଥିବା ସୂଚନା ମିଳିଛି। ଇରାକରେ ଥିବା ଆମେରିକା ଦୂତାବାସର ମାତ୍ର ଶହେ ମିଟର ଦୂରରେ କରାଯାଇଥିବା କୁହାଯାଉଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅପରପକ୍ଷରେ ଏହି ଆକ୍ରମଣ କିଏ କରାଇଛି ତାହା ସ୍ପଷ୍ଟ ହୋଇନାହିିଁ।

ସୂଚନାଯୋଗ୍ୟ ୨ ଦିନ ପୂର୍ବରୁ ମଧ୍ୟ ଇରାନ୍, ଆମେରିକା ଦୂତାବାସର ଉପରେ ରକେଟ ଆକ୍ରମଣ ହୋଇଥିଲା । କିଛି ରକେଟ ଆମେରିକା ଦୂତାବାସ ଉପରେ ପଡ଼ିଥିଲା । ଗତକାଲି ମଧ୍ୟ ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ୍ ମିଜାଇଲ୍ ମାଡ଼ କରି ୮୦ ଜଣ ସୈନ୍ୟକୁ ମାରି ଦେଇଥିବା ଦାବି କରିଥିଲା ।

ଆଉ ଏହାକୁ ଅସ୍ୱୀକାର କରିଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହଥିଲେ, ଇରାନର କ୍ଷେପଣାସ୍ତ୍ର ମାଡ଼ରେ ସାମରିକ ଘାଟିର ଅଳ୍ପ କ୍ଷତି ଘଟିଛି । କିନ୍ତୁ କୌଣସି ସୈନ୍ୟଙ୍କ ମୃତ୍ୟୁ ହୋଇନାହିଁ । ବେଶ କିଛି ଘଣ୍ଟାର ନୀରବତା ପରେ ସାମ୍ବାଦିକ ସମ୍ମିଳନୀ କରି ଏକଥା କହିଥିଲେ ଆମେରିକା ରାଷ୍ଟ୍ରପତି ।