ଭୁବନେଶ୍ୱର,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୬୦ ଘଣ୍ଟିଆ ସଟଡାଉନର କରାଯାଇଛି।
ଆଜି ଭଦ୍ରକ ଜିଲ୍ଲା ୬୦ ଘଣ୍ଟିଆ ସଟଡାଉନ ଦ୍ୱିତୀୟ ଦିନ ହୋଇଥିବା ବେଳେ ପୁରା ଜିଲ୍ଲା ସିଲ୍ ହୋଇଛି। ଏହି ପରିସ୍ଥିତିରେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବାରୁ ଏହି ସଟଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାରେ ଆଜି ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିରେ ତିହିଡି ବ୍ଲକର ଦାମନବିନ୍ଧା, କାଁପଡା ଏବଂ ଧାମନଗର ବ୍ଲକର କଲ୍ୟାଣି, ଖଡିପଦା ଓ ଦେହୁଡିଆନନ୍ଦପୁର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଛି।