ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଏଥିରେ ୧୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୧୭ ଜଣଙ୍କ ମଧ୍ୟରେ ୭ଜଣ ସୁନ୍ଦରଗଡ଼ରୁ, ୫ଜଣ ଖୋର୍ଦ୍ଧାରୁ, ୩ଜଣ ଭଦ୍ରକରୁ ଓ ୨ଜଣ ବାଲେଶ୍ୱରରୁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ୩୦୩ ଜଣ ଆକ୍ଟିଭ ଅଛନ୍ତି।