ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରେ ଉତ୍ତରାଖଣ୍ଡରେ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’ ଟ୍ୟାକ୍ସ ଫ୍ରି ହୋଇଛି । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ମର ସିଂହ ଧାମୀ ଘୋଷଣା କରିଛନ୍ତି । ସମ୍ରାଟ ପୃଥ୍ୱୀରାଜଙ୍କ ଉପରେ ଆଧାରିତ ଫିଲ୍ମ ସମସ୍ତେ ଦେଖିବା ଉଚିତ ବୋଲି ଶ୍ରୀ ଧାମୀ କହିଛନ୍ତି । ଆଗାମୀ ପୀଢ଼ୀ ତାଙ୍କଠାରୁ ପ୍ରେରଣା ନେବା ଜରୁରୀ । ସେଥିପାଇଁ ଆମେ ଉତ୍ତରାଖଣ୍ଡରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛୁ ବୋଲି ଶ୍ରୀ ଧାମୀ କହିଛନ୍ତି ।
ସୂଚନାଯୋଗ୍ୟ, ଅକ୍ଷୟ କୁମାର ଅଭିନୀତ ‘ସମ୍ରାଟ ପୃଥ୍ୱୀରାଜ’ ଫିଲ୍ମଟିକୁ ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖି ସାରିଛନ୍ତି ।