୪ ରାଜ୍ୟ ଦଖଲ ପରେ ଅହମ୍ମଦାବାଦରେ ମୋଦୀଙ୍କ ମେଗା ରୋଡ ଶୋ’

ନୂଆଦିଲ୍ଲୀ: ୪ ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଗୁଜରାଟ ପହଂଚିବା ପରେ ଏୟାରପୋର୍ଟରୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ମେଗା ରୋଡ ଶୋ’ କରିଛନ୍ତି। ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତା ‘ଜୟ ଶ୍ରୀ ରାମ’ ଓ ‘ଭାରତ ମାତା କି ଜୟ’ର ନାରା ଲଗାଇଛନ୍ତି । ପରେ ଗୁଜରାଟ ପଞ୍ଚାୟତ ମହାସମ୍ମେଳନକୁ ସମ୍ବୋଧିତ କରିବେ । କମଲମରେ ମୋଦୀ ବିଜେପି ସାଂସଦ, ବିଧାୟକ, ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅହମ୍ମଦାବାଦର ଜିଏମଡିସୀ ପଡ଼ିଆରେ ମହାପଞ୍ଚାୟତ ସମ୍ମିଳନୀ ‘ମାରୁ ଗାମ, ମାରୁ ଗୁଜରାତ’କୁ ସମ୍ବୋଧିତ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚୟତ ସଦସ୍ୟ ଓ ୧.୩୮ ଲକ୍ଷରୁ ଅଧିକ ନିର୍ବାଚିତ ପ୍ରତିନିଧି ଭାଗ ନେବେ । ମାର୍ଚ୍ଚ ୧୨ ସକାଳେ ମୋଦୀ ରାଷ୍ଟ୍ରୀୟ ସୁରକ୍ଷା ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ରୂପେ ସାମିଲ ହେବେ । ପରେ ସନ୍ଧ୍ୟାରେ ଖେଳ ମହାକୁମ୍ଭ କାର୍ଯ୍ୟକ୍ରମର ଉଦଘାଟନ କରିବେ । ଉକ୍ତ କାର୍ଯ୍ୟକ୍ରମ ପାଇଁ ୪୭ ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରି ସାରିଛନ୍ତି ।